Kemiti kahibi tumaku


ଅଧା ସ୍ବପ୍ନ ଅଧା ବାସ୍ତବତା
ଦୋଛକିର ସମତଳ କ୍ଷେତ୍ର
ପୁଣି ଅଧଗଢା ଜୀବନର ରେଖା
ବଙ୍କା ଟଙ୍କା ଗାଁ ନଇପରି
ଅଗକୁ ବଢୁଛି
ନିରର୍ଥକ ଜୀବନ ଯାତ୍ରାରେ।।

ସକାଳୁ ସଞ୍ଜ ଯାଏଁ
ସମସ୍ତ ସମୟ
ଖର୍ଚ୍ଚ ହୋଇଗଲା
ଭୋଗ ବ୍ୟବସ୍ଥାରେ
ନିର୍ଜୀବ ଵସ୍ତୁ ଗୋଟାଇବାରେ
ମନର ଅବୋଧ୍ୟ ଇସାରାରେ

ସୁନସାନ ଭିକ୍ଷା ଥାଳ ଧରି
ଅନେକ ଦିନ ରୁ
ଛିଡା ହୋଇଛି
ଅଚିହ୍ନା ଅସ୍ତିତ୍ବ
ଏରୁଣ୍ଡି ସେପଟେ
ବିଳପିତ ମୁଖ ମଣ୍ଡଳରେ।

ପୁଞ୍ଜି ଶେଷ ହେବା ପରେ
ଗୋଧୂଳି ର କ୍ଷୀଣ ଆଲୋକରେ
ଆଜି ଆକାଶକୁ ଦେଖି
ଲଜ୍ଜା ଲାଗୁଛି
କେମିତି କହିବି ତୁମକୁ
ପୁଣି ଥରେ ଫେରେଇ ନିଅ
ତୁମ ଅଗଣାକୁ,

ସ୍ୱର୍ଗ ରାଇଜକୁ l

Leave a comment