ହସ ଚକ୍ର
ଇଛା ହେଲା
ହୟଗ୍ରୀବା ସାଜି
ତୁମ ସହ ଚୁପଚାପ ହସିବାକୁ,
ଆନନ୍ଦର ଏନ୍ତୁଡ଼ି ସାଳାରେ
ସ୍ୱଚ୍ଛ ବସନ୍ତ ସନ୍ଧ୍ୟା ରେ
ନିରୋଳା ଏକାକୀ l
ସେଇଥି ପାଇଁ
ମଧ୍ୟାହ୍ନ ର ଛାଇ ଆଲୁଅରେ,
ସମୟ ର ସୀମାରେଖା ଡେଇଁ,
ସାହସକୁ ଗୋଟେଇ ଗଟେଇ,
ତୁମକୁ ରଙ୍ଗ ଟିକେ ମାଗିଥିଲି
ମାଖିବାକୁ ପୁରା ଶରୀରରେ l
ତୁମ ବଦାନ୍ୟତାର
ଋଣ ବୋଝ ଭିତରେବି
ହସ ସବୁ ଢ଼େଉ ଭାଙ୍ଗିଲା,
ଭରିଦେଲା ହୃଦୟ ର କ୍ଷେତ,
ପୁଲକରେ ଛାଇଗଲା
ତାଳୁଠୁଁ ତଳିପା l
ହଠାତ ଦିନେ ଦେଖିଲି,
ତୁମ ଦୁନିଆର ଦୃଷ୍ଟିକୋଣ ରେ
ତୁମେ ବନ୍ଦି ହୋଇଯାଇଛ,
ସହଜରେ ପୂର୍ବଭଳି ଜାଣିପାରୁନାହିଁ,
ମୋ ହସ,
ରଙ୍ଗ, ରୂପ, ଆବେଗ, ଅସ୍ୱାଦ
ତୁମ ଚିନ୍ତା ଓ ଚେତନକୁ
ସଂଚରିତ ନହୋଇ ପରିବା ଦୁଃଖ ରେ,
ପତ୍ର ଝଡା ଶୀତର
ଶେଷ ସୋପାନରେ,
ବିଚରା ହସମାନେ
ପୁଣିଥରେ ମରିଗଲେ,
ଗୁପ୍ତ ଗଙ୍ଗାର
ପାଷାଣ ପଠାରେ l
ରବିନାରାୟଣ ପଣ୍ଡା